ଗୋରଖପୁର: ହାତରେ ନାହିଁ ବ୍ୟାଟ, କିନ୍ତୁ ହାତରେ ରହିଛି ଅପୂର୍ବ କଳାକୌଶଳ | ଯେଉଁ ବୟସରେ ସାଙ୍ଗସାଥୀଙ୍କ ସହ ଖେଳି ସମୟ ଅତିବାହିତ କରିବା କଥା ସେହି ବୟସରେ ଅନ୍ୟର ଘରକୁ ଆଲୋକିତ କରିବାରେ ଲାଗିପଡିଛନ୍ତି ଏହି ବାଳକ | କଥାଟି ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ଉତ୍ତରପ୍ରଦେଶ ଗୋରଖପୁର ସହରରକନିଷ୍ଠଉଦ୍ୟୋଗୀ ଅମର ପ୍ରଜାପତି | ମାତ୍ର ୧୪ ବର୍ଷ ବୟସରେ, ଅମର ଏଲଇଡି ଲାଇଟ୍ ତିଆରି କରିବା ପାଇଁ ତାଲିମ ନେବା ପରେ ନିଜର ଏକ କମ୍ପାନୀ ଗଠନ କରିଛନ୍ତି |

ଜୀବନ୍ ପ୍ରକାଶ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ ଲିମିଟେଡ୍ ନାମରେ ପରିଚାଳିତ ଏହି କମ୍ପାନୀ ଚଳାଇବାରେ ତାଙ୍କ ଭାଇ ମଧ୍ୟ ସାହାଯ୍ୟ କରନ୍ତି। ଅମର ପ୍ରଜାପତି ଆରପିଏମ୍ ଏକାଡେମୀର ଅଷ୍ଟମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ଲକଡାଉନ୍ ସମୟରେ, ସେ ଅଧ୍ୟୟନ ବ୍ୟତୀତ କିଛି ନୂଆ ଶିଖିବାର ଇଚ୍ଛା କଲେ | ଏହା ପରେ ଅମର ଏଲଇଡି ଲାଇଟ୍ ତିଆରି କରିବା ପାଇଁ ତାଲିମ ନେଇଥିଲେ |

ଅମରଙ୍କର ଶିଖିବାର ଇଚ୍ଛା ଦେଖି ତାଙ୍କ ଗୁରୁ ବିବେକ ସିଂ ମଧ୍ୟ ପ୍ରଭାବିତ ହୋଇଥିଲେ ​​| ପାଞ୍ଚ ଦିନର ତାଲିମ ପରେ ଅମର ପାଞ୍ଚଟି ଏଲଇଡି ବଲବ ତିଆରି କରିଥିଲେ | ପାଠ ପଢିବା ପରେ ଖାଲି ସମୟରେ ଅମର ଘରେ ଏଲଇଡି ଲାଇଟ୍ ତିଆରି କରିବା ଆରମ୍ଭ କରିଥିଲେ ବର୍ତ୍ତମାନ ସେ ଏଣ୍ଟରପ୍ରାଇଜର୍ସିପ୍ ଡେଭଲପମେଣ୍ଟ୍ ଇନଷ୍ଟିଚ୍ୟୁଟ୍, ଗିଡାରୁ ଏଲଇଡି ଲାଇଟର କଞ୍ଚାମାଲ ମଗାଇ ଘରେ ଏଲଇଡି ଲାଇଟ୍ ଉତ୍ପାଦନ ଆରମ୍ଭ କରିଛନ୍ତି |